ଆଜି ବି କାନ୍ଦୁଛି ବାଲିଗୁଡା ର ଗୁମୁଡ଼ିମାହା ଗ୍ରାମ l

Jul 09, 2025 - 14:33
Updated: 1 year ago
0 123
ଆଜି ବି କାନ୍ଦୁଛି ବାଲିଗୁଡା ର ଗୁମୁଡ଼ିମାହା ଗ୍ରାମ l

କନ୍ଧମାଳ,୯l୭ (ଷ୍ଟାରନିୟୁଜ ଓଡିଶା): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡ଼ିମାହା ଗାଁ ଆଜି ବି ଗୁମୁରୀ ଗୁମୂରୀ କାନ୍ଦୁଛି। ଯଦିଓ କିଛି ବିକାଶ ହୋଇଛି ତଥାପି କମିଶନ ରିପୋର୍ଟ ସାର୍ବଜନୀନ ହୋଇନି କି ସୁରକ୍ଷା କର୍ମୀଙ୍କ ଆତର୍କିତ ଗୁଳି ଚାଳନାରେ ପାଞ୍ଚ ଜଣ ନିରିହ ବ୍ୟକ୍ତି ଜୀବନ ଚାଲିଗଲା। ପାଞ୍ଚ ଜଣ ମଧ୍ୟରୁ ଜଣେ ଦୁଇ ବର୍ଷର ଶିଶୁଟିର ଜୀବନ ଚାଲିଯାଇଥିବା ଦେଖିବାକୁ ମିଳିଛି।ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡ଼ିମାହା ଅଭାବନୀୟ ଘଟଣା ଘଟିଛି ଯାହା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା l ତାହା ୨୦୧୬ ମସିହା ଜୁଲାଇ ୮ ତାରିଖରେ ଏନ ଆର୍ ଜି ଏସ ଟଙ୍କା ଉଠେଇ ବାଲିଗୁଡ଼ା ରୁ କାମ ସାରି ସନ୍ଧ୍ୟା ସମୟରେ କୁର୍ତ୍ତମଗଡ଼ ଦେଇ ଦୁର୍ଗମ ଅଞ୍ଚଳ ଗୁମୁଡ଼ିମାହା ଯାଉଥିବା ସମୟରେ ବର୍ଷା ଯୋଗୁଁ କାଦୁଅରେ ଅଟୋ ଟି ଫସି ଯାଇଥିଲା ଆଉ ନିରୀହ ଆଦିବାସୀ ଲୋକ ଗାଡ଼ିକୁ ଧକ୍କା ଦେଇ ଅଟୋକୁ ଉଠେଇବାକୁ ଚେଷ୍ଟା କରୁଥବା ବେଳେ ବାମ ପାର୍ଶ୍ୱରେ ସୁରକ୍ଷା କର୍ମୀ ଅଚାନକ ଆଖିବୁଜା ଗୁଳି ଚାଳନା କରିଥଲେ l ସେହି ଗୁଳିରେ ଟଳି ପଡ଼ିଲେ ପାଞ୍ଚ ନିରୀହ ଆଦିବାସୀ ମହିଳା ପୁରୁଷ ଓ ଛୋଟ କୁନି ପୁଅର ଜୀବନ ଚାଲିଯାଇଥିଲା । ପରେ ପରେ ତାକୁ ନେଇ ସମସ୍ତ ରାଜନୀତି ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରିଥିବା ବେଳେ ପାଞ୍ଚ ଜଣ ମୃତକଜୀବନ ଚାଲି ଯିବା ସ୍ଥଳେ ସେହି ଦୁର୍ଗମ ଅଞ୍ଚଳକୁ ପୂର୍ବତନ ସରକାର ଚେଷ୍ଟାରେ ପକ୍କା ରାସ୍ତା ପାନୀୟ ଜଳ ବ୍ୟବସ୍ଥା ଓ ମୃତକ ପରିବାର କୁ କିଛି ଲୋକଙ୍କୁ ସ୍କୁଲ ଗୁଡ଼ିକରେ ଅସ୍ଥାୟୀ ନିଯୁକ୍ତି ଦେଇଛନ୍ତି। ହେଲେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନେଇ କମିଶନ ବସିଲା ସେହି କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସେହି  ରିପୋର୍ଟ ସାର୍ବଜନୀନ କରିନଥିବା ବେଳେ ଉପଯୁକ୍ତ ଦୋଷୀକୁ  ଆଶା ପୋଷଣ କରିଛନ୍ତି ନିରୀହ ଗୁମୁଡ଼ି ମାହା ଅଞ୍ଚଳବାସି।ତେବେ କେବେ ସାମ୍ନାକୁ ଆସିବେ ସେହି ଦୁର୍ଭୁତ ମାନେ ଅପେକ୍ଷାରେ ଗୁମୁଡ଼ିମାହା ପୀଡ଼ିତ ପରିବାର l 

କନ୍ଧମାଳ ଜିଲ୍ଲା ଗୁମୁଡ଼ିମାହା ରୁ ସତନ୍ତ୍ରପ୍ରତିନିଧି ସଲମନ ଙ୍କ ରିପର୍ଟ ଷ୍ଟାର ନିୟୁଜ ଓଡିଶା l

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User