ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ ।

Nov 24, 2025 - 18:37
0 117
ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ ।

ଝରିଗାଁ,୨୪l୧୧ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଭିକ୍ଷା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଝରିଗାଁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଯାଇଛି |ଏହି ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତରା ଓ ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଉପସ୍ଥିତ ରହି ଚାଷୀ ମାନଙ୍କ ସ୍ୱାବଲମ୍ବୀ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସଚେତନ କରିବା ସହିତ ସମସ୍ତେ ସରକାରୀ ସୁବିଧା ସୁଯୋଗର ଲାଭ ଉଠେଇବା ପରାମର୍ଶ ଦେଇଥିବା ବେଳେ ଉଦ୍ୟାନ ବିଭାଗର ସହଯୋଗୀ ଉଦ୍ୟାନ ଅଧିକାରୀ ଦିବ୍ୟଜୌତି ସ୍ୱାଇଁ ଓ ଜଗଦିଶ ତାରାସିୟା ଓ ଭିକ୍ଷା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାକ୍ଷୀରାମ ବଞ୍ଜାରା଼ ପ୍ରମୁଖ ଉପସ୍ଥିତ ରହି ଉଦ୍ୟାନ ବିଭାଗ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ଉପରେ ଅବଗତ କରେଇଥିଲେ |ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୋଟ 120ଜଣ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଯାଇଥିବା ବେଳେ ଜଣେ ଚାଷୀଙ୍କୁ 5000ଟଙ୍କା ଦରରେ 2କ୍ୱିଣ୍ଟାଲ 50କେଜି ଲେଖାଏ ଆଳୁ ବିହନ ବଣ୍ଟନ କରାଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User