କାଶ୍ମୀର ରେ ଆତଙ୍କ ବାଦୀଙ୍କ ଆକ୍ରମଣ ,ଦୋଷୀଙ୍କୁ କଠୋର ଓ ଫାଶୀ ଦଣ୍ଡ ଦେବାପାଇଁ ସରକାର ଙ୍କୁ ଦାବି କଲେ କେସିଙ୍ଗା ମୁସଲିମ ସମାଜ।

Apr 25, 2025 - 19:51
0 54
କାଶ୍ମୀର ରେ ଆତଙ୍କ ବାଦୀଙ୍କ  ଆକ୍ରମଣ ,ଦୋଷୀଙ୍କୁ କଠୋର ଓ  ଫାଶୀ ଦଣ୍ଡ ଦେବାପାଇଁ  ସରକାର ଙ୍କୁ ଦାବି କଲେ କେସିଙ୍ଗା ମୁସଲିମ ସମାଜ।

କେସିଙ୍ଗା,୨୫l୪(ଷ୍ଟାର ନିୟୁଜ ଓଡିଶା): କାଶ୍ମୀରରେ ଆତଙ୍କବାଦୀ ମାନେ ଯେଉଁ ପର୍ଯ୍ୟଟକ ଙ୍କୁ ଆକ୍ରମଣ କରି ମାରିଦେଇ ଥିବା ପର୍ଯ୍ୟଟକ ଙ୍କ ଆତ୍ମର ସଦ୍ଗତି ଓ ଦୋଷୀ ଙ୍କୁ କଠୋର ଦଣ୍ଡ ଦେବାପାଇଁ କେସିଙ୍ଗା ମୁସଲିମ ସମାଜ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଦାବି କରି ସ୍ଥାନୀୟ ମଜ୍ଜିଦ ଠାରେ ସଭାପତି ଜାକିର ହୁସେନ ଙ୍କ ନେତୃତ୍ୱରେ ଶୁକ୍ରବାର ଏକ ଦୋହା କରି କଳା ପଟି ବାନ୍ଧି ମୃତ ପର୍ଯ୍ୟଟକ ଙ୍କ ଆତ୍ମାର ସଦ୍ଗତି ପାଇଁ ପାର୍ଥନା କରିଥିଲେ।ଉକ୍ତ ସମାଜ ପକ୍ଷରୁ ପର୍ଯ୍ୟଟକ ମାନକୁ ଆକ୍ରମଣ କରି ଯେ ଭଳି ହତ୍ୟା କରାଯାଇଛି, ସେହି ଦୋଷୀ ଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଫାଶୀ ଦଣ୍ଡ ଦେବା ସହ କଠୋର ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି।ମୃତ ପର୍ଯ୍ୟଟକ ଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଖାତିର ନ କରି ମୁସଲିମ ସମାଜ ପକ୍ଷରୁ ଶୁକ୍ରବାର ଅପରାହ୍ନ ସାଢେ ଏକ ଘଣ୍ଟା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାଶ୍ମୀର ରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆଗାମୀ ଦିନରେ ଯଦି ଏ ଭଳି ଆକ୍ରମଣ କରାଯାଏ ତେବେ କେସିଙ୍ଗା ମୁସଲମାନ ସମାଜ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସହଯୋଗ କରିବ ବୋଲି ସମାଜ ର ସଭାପତି ଜାକିର ହୁସେନ ଦୃଢ଼ତା ସହ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ମୁସଲମାନ ସମାଜ ର ସମ୍ପାଦକ ଅବଦୁଲ ହମ୍ମୀଦ,ଡା. ଏହେଁସାନ ଖାନ,ଅନୁ ହୁସେନ,ଛୋଟୁ ଖାନ,ମହମ୍ମଦ ଆୟୁବ ଖାନ ପ୍ରମୁଖ ସମାଜ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସମସ୍ତ ମହିଳା, ଯୁବକ, ଯୁବତୀ ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଆତଙ୍କବାଦୀ ବିରୋଧ ସ୍ୱର ଉତ୍ତୋଳନ କରି ମୃତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।

ରିପୋର୍ଟ୍: କେସିଙ୍ଗାରୁ ସୁଜୟ ନଙ୍ଗଳତି 

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User