ଚନ୍ଦନଧାରା ଶୈବ ପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ ।

Aug 04, 2025 - 20:27
0 149
ଚନ୍ଦନଧାରା ଶୈବ ପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ ।

ଝରିଗାଁ,୪l୮(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମରା ପଂଚାୟତର ଚନ୍ଦନଧାରା ଶୈବପୀଠରେ ଆଜି ସହସ୍ରାଧିକ ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବୋଲବମ ଭକ୍ତମାନେ ଆସି ଚନ୍ଦନେଶ୍ୱର ମହାଦେବଙ୍କୁ ଜଳାଭିଷେକ କରୁଥିବା ଦେଖିବାକୁ ମିଳିଛି।ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଚନ୍ଦନଧାରା ପର୍ଯ୍ୟଟନ ସ୍ଥଳୀରେ ଥିବା ପ୍ରଭୁ ଚନ୍ଦନେଶ୍ଵରଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି।ଚନ୍ଦନଧାରା ଶୈବପୀଠ ନବରଙ୍ଗପୁର ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବାରୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ମନ୍ଦିରର ତଥା ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି।ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଚନ୍ଦନଧାରାର ଚନ୍ଦନେଶ୍ଵରଙ୍କ ଦର୍ଶନ କରିବା ସହିତ ଚନ୍ଦନଧାରାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଛନ୍ତି।ବିଭିନ୍ନ ଅଂଚଳରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ମନ୍ଦିର ପରିଚାଳନା କମିଟି ତରଫରୁ ଭାତଡାଲମା, କ୍ଷୀର ଓ ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ପ୍ରକାର ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।ମନ୍ଦିର ପରିସରରେ ଭକ୍ତମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ ଗାର ରହିଥିବା ଯୋଗୁଁ ଚନ୍ଦନଧାରା ଶୈବପୀଠକୁ ଆସୁଥିବା ଭକ୍ତମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁନାହିଁ।ମନ୍ଦିରର ଦ୍ୱାର ଭୋର ସକାଳୁ ଖୋଲାରହିଛି ଏବଂ ରାତି ୧୦ଟା ଯାଏ ଖୋଲାରହିବ ବୋଲି ସମ୍ପାଦକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ଟୁଟୁବାବୁ ,ମନୋଜ ଗୁପ୍ତା , ଗୋବର୍ଦ୍ଧନ ପୂଜାରୀ , ଦୁର୍ଜନ ଗୌଡ଼, ପ୍ରମଦ ପଟ୍ଟନାୟକ, ତପନ ବାବୁ , ବନବାସ ମାଝୀ , ରଞ୍ଜନ ବାବୁ , ପିତବାସ ଭତ୍ରା, ରବି ଜାନି ଓ ତିଲ ଜାନି ଏବଂ ଅନ୍ୟାନ୍ୟ ମଦିର ପରିଚାଳନା କମିଟିର ସଦସ୍ୟମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ସବୁ ପ୍ରକାର ସେବା ଯୋଗେଇ ଦେଉଥିବା ଦେଖିବାକୁ ମିଳିଛି।ସେହିପରି ଝରିଗାଁ ସ୍ଥିତ ଶୈବ ପୀଠ ସହ ଦେଉଳକଣା ଏବଂ ପଲସଗାଁ ଶୈବ ପୀଠରେ ମଧ୍ୟ ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User