ଜୁନାଗଡ ବଜାରପଡ଼ା ଡ୍ରେନ କାମ କେବେ ? ଏନ.ଏ.ସି ର ନିରବତା ଓ ଜନତାଙ୍କ ଦୀର୍ଘ ଅପେକ୍ଷା

Aug 04, 2025 - 09:40
0 18
ଜୁନାଗଡ ବଜାରପଡ଼ା ଡ୍ରେନ କାମ କେବେ ? ଏନ.ଏ.ସି ର ନିରବତା ଓ ଜନତାଙ୍କ ଦୀର୍ଘ ଅପେକ୍ଷା

ଜୁନାଗଡ –ତା. ୩/୮ (ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ ଏନ.ଏ.ସି ଅଞ୍ଚଳର ବଜାରପଡ଼ା,ବି.ସି.ସି ବ୍ୟାଙ୍କ ପଛଭାଗ ଅଞ୍ଚଳରେ ବର୍ଷ ବର୍ଷ ଧରି ଏକ ମୂଳ ଅବସ୍ଥାପନା ସମସ୍ୟା ଦେଖାଯାଉଛି ଏଠାରେ କୌଣସି ଡ୍ରେନ ବା ନାଲି ବ୍ୟବସ୍ଥା ନଥିବାରୁ ଘରେ ଘରେ ପାଣି ଜମିବା,ଅସୁବିଧା,ଦୁର୍ଗନ୍ଧ ଓ ଅନେକ ରୋଗବାଳି ସୃଷ୍ଟି ହେଉଛି। ସ୍ଥାନୀୟ ଲୋକମାନେ ଏହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ବର୍ଷ କିଛି ପୂର୍ବରୁ ପେଭର୍ ବ୍ଲକ ରାସ୍ତା ତିଆରି କରାଯାଇଥିଲା। ସେଥିବେଳେ ଠିକାଦାରକୁ ନାଲି ତିଆରି କରିବା ପାଇଁ ଅନୁରୋଧ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଗ୍ରହଣ କରାଯାଇନାହିଁ । ଏକ ନାଲି ର ଅଭାବ ଯୋଗୁ ଖରାପ ପରିସ୍ଥିତି ସୃଷ୍ଟି ହେବା ସହିତ ଜନତା ଦୈନିକ ଜୀବନରେ ଅନେକ ଦୁଃଖଭୋଗ କରୁଛନ୍ତି। ସ୍ଥାନୀୟ ଲୋକମାନେ ଏନ.ଏ.ସି ରେ ଦୁଇଥର ଅଭିଯୋଗ ଦେଲେ ବି ଏନ.ଏ.ସି କତ୍ତୃ ପକ୍ଷ ମାନେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ନ ଦେଇ ଥିବା ନୁହେଁ ବରଂ ଜଣ ଶୁଣାଣି ଅଭିଯୋଗ ପୋର୍ଟାଲ
ରେ ଦିଆଯାଇଥିବା ଅଭିଯୋଗ ମଧ୍ୟ "ସମାଧାନ ହୋଇଅଛି" ବୋଲି ଦେଖାଯାଉଛି,ଯାହା ନିଜେ ଏକ ଭ୍ରମ ତଥ୍ୟ ଦେଖାଉଛି। ଅଭିଯୋଗ ଦେବାକୁ ଏନ.ଏ.ସି ରେ ଯାଇଥିବା ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବା ଓ ତାଙ୍କ ସହ କୋଣସି ସଂପର୍କ ହେବା ନଥିବା,ଅନ୍ୟ ଅଧିକାରୀ ମାନେ ମଧ୍ୟ ତାଲବାହାନା କରୁଥିବା ନେଇ ଲୋକମାନେ ଅସନ୍ତୁଷ୍ଟ।  ଘର ପାଖ ରେ ପାଣି ଜମି ଥାଏ, ପିଲାମାନେ ବାହାରକୁ ଯିବା ଭୟ କରନ୍ତି,ଦୁର୍ଗନ୍ଧ ଓ ମଛର ପୀଡ଼ା ଅସହ୍ୟ। ଏତେ ବର୍ଷ ହେଲା ମଧ୍ୟ ଏନ.ଏ.ସି କିଛି କରୁନାହାନ୍ତି, ବୋଲି ଏକ ଅସନ୍ତୁଷ୍ଟ ନାଗରିକ କହିଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଶ୍ନ କରୁଛନ୍ତି ଯଦି ଏମିତି ଅବହେଳା ଚାଲିଛି,ତେବେ ସେମାନେ କାହା ପାଖକୁ ଯିବେ ? ଆମେ ଜଣେ ନାଗରିକ ଭାବେ ମୂଳ ସୁବିଧା ଆଶା କରିପାରିବୁନି କି ? ଏହି ସମସ୍ୟା ଦୀର୍ଘ ସମୟ ଧରି ଚାଲିଥିବା ସତ୍ତ୍ୱେ ଏନ.ଏ.ସି ପକ୍ଷରୁ ଏଯାଁ କେବେ ଏହି ନାଲି ବା ଡ୍ରେନ କାମ ଆରମ୍ଭ ହେବ ବୋଲି ଏକ ସ୍ପଷ୍ଟ ତଥ୍ୟ ବା ତାରିଖ ଘୋଷଣା ହୋଇନାହିଁ। ଏଥିରେ ଏନ.ଏ.ସି ପକ୍ଷରୁ କେତେବେଳେ କାର୍ଯ୍ୟ ଆରମ୍ଭ ହେବ,ସେଥିପାଇଁ ସ୍ଥାନୀୟ ଲୋକମାନେ ଏଯାଁ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User