ପୁରୁଣା ପେନସନ ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Aug 04, 2025 - 09:43
0 35
ପୁରୁଣା ପେନସନ ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି/ ତା. ୩/୮ (ଷ୍ଟାର ନିୟୁଜ ଓଡିଶା)ଭବାନୀପାଟଣା :- କେନ୍ଦ୍ର ସରକାର କର୍ମଚାରୀ ଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ୍ ଘୋଷଣା ହେବା ପରେ ଦେଶ ତଥା ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଚାରି ଲକ୍ଷ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ଓଡ଼ିଶା ସରକାର ବିନା ଆଲୋଚନାରେ ଓଡ଼ିଶାରେ ୟୁନିଫାଇଡ ପେନସନ ସ୍କିମ ଲାଗୁ କରିଥିବାରୁ ରାଜ୍ୟ ସରକାରୀ କର୍ମଚାରୀ ଆଜି ଅଗଷ୍ଟ ଏକ ତାରିଖରେ ତିରିଶଟି ଜିଲ୍ଲାରେ ଜିଲ୍ଲପାଳ ମାନଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।କଳାହାଣ୍ଡି ଏନ.ଏମ.ଓ.ପି. ଏସ ସାଧାରଣ ସମ୍ପାଦକ ଲଳିତ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ କଳାହାଣ୍ଡି ଏନ୍ ପି ଏସ କର୍ମଚାରୀ ଏକଜୁଟ ହୋଇ ଜେଲ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ସହ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଅବିକଳ ପୁରୁଣା ପେନସନ ଲାଗୁ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି।ଏହି ଦାବୀପତ୍ର ପ୍ରଦାନ ତଥା ଶୋଭାଯାତ୍ରାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ସଦର ବ୍ଲକ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା,ବଙ୍କିମ ସାଗର, ଦୁର୍ଗା ମାଧବ ପଣ୍ଡା,ଉପେନ୍ଦ୍ର ପ୍ରଧାନ, ବ୍ଲକ ପ୍ରାଥମିକ ସଂଘ ସଭାପତି  ମଧୁସୁଦନ ପ୍ରଧାନ,ବିଦ୍ୟୁତ୍ ବିଭାଗର ମାଧବ ଚନ୍ଦ୍ର ପଣ୍ଡା, ଏନ ଏମ ଓ ପି ଏସ ଉପସଭାପତି ପ୍ରଫୁଲ୍ଲ କୁମାର ଠାକୁର, ମାଧ୍ୟମିକ ଏନ୍ ପି ଏସ ଶିକ୍ଷକ ଗିରିଜା କୁମାର ସାହୁ,ରୁପକୀଶୋରି ଦଳେଇ,ଜାକିର ଖାନ, ଶିକ୍ଷୟତ୍ରୀ ସୁପ୍ରଭା ପଟ୍ଟାୟକ, ବସୁମତି ସାହୁ, ଅଜିତ କୁମାର ନାୟକ, ଅଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User