ଦୁଇ ବାଇକ ମୁହାମୁହଁ ଧକ୍କା ଦୁଇ ଗୁରୁତର

Apr 18, 2025 - 20:05
0 95
ଦୁଇ ବାଇକ ମୁହାମୁହଁ ଧକ୍କା ଦୁଇ ଗୁରୁତର

ଝରିଗାଁ,୧୮l୪(ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ହଳଦୀଗୁଣ୍ଡି ଘାଟି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ଜଣ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଚଚା ପଞ୍ଚାୟତ ଗବାଗୁଡା ଗ୍ରାମର ରତନ ଗୌଡ଼(୩୭) ଏବଂ ମାନ ଗୌଡ଼(୨୨) ନିଜ ବାଇକରେ ସଂପର୍କୀୟଙ୍କ ଭୋଜିରେ ଉପସ୍ଥିତ ହେବା ପାଇଁ ବାହାରକରମରି ଯାଉଥିଲେ।ସେହିପରି ଫୁପୁଗାଁ ଗ୍ରାମର ଅଜୟ କୁମାର ରକତଏବଂ ଝରିଗାଁ ଗ୍ରାମର ଋଷିକେଶ ବେହେରା(୪୨) ଏକ ବାଇକରେ ବାହାରକରମରି ଗ୍ରାମରେ ସେହି ଭୋଜି ଖାଇ ବିପରୀତ ଦିଗରେ ଫେରୁଥିଲେ।ତେବେ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ହଳଦୀଗୁଣ୍ଡି ଘାଟି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଚାରି ଜଣ ଛିଟିକି ହୋଇ ରାସ୍ତା କଡରେ ପଡ଼ିଥିଲେ।ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଦୁଇ ଜଣ ଗୁରୁତରଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ରତନ ଗୌଡ଼ଙ୍କ ମୁହଁରେ ଗଭୀର ଆଘାତ ହୋଇଥିବା ବେଳେ ଅଜୟ କୁମାର ରାଉତଙ୍କ ମୁଣ୍ଡର ପଛ ଭାଗରେ ଆଘାତ ହୋଇ ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User