ନିଖୋଜ ଯୁବକର ମୃତ ଦେହ ଠାବ- ଶବ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ପରିବାର

Jul 26, 2025 - 14:29
Updated: 1 year ago
0 32
ନିଖୋଜ ଯୁବକର ମୃତ ଦେହ ଠାବ- ଶବ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ପରିବାର

କଳାହାଣ୍ଡି :୨୬/୭( ଷ୍ଟାରନିୟୁଜ ଓଡିଶା): ଧର୍ମଗଡ଼ : ଧର୍ମଗଡ଼ ଥାନା ଅଏଁଲାଯୋର ଗ୍ରାମର ନିଖୋଜ ଯୁବକଙ୍କ ଦୀର୍ଘଦିନ ପରେ ମୃତ ଦେହ ଠାବ ହୋଇଥ‌ିବା ଖବର ମିଳିଛି। ଆନ୍ଧ୍ରପ୍ରଦେଶ ବବଳୀ ଜି ଆର ପି ପୋଲିସ ମୃତ ଦେହ ଠାବ କରିଥିବା ନେଇ ଧର୍ମଗଡ଼ ପୋଲିସ ସୂଚନା ଦେଇଛି।ସେଠାକାର ପୋଲିସ ମୃତ ଯୁବକର ଏକ ଫଟୋ ଧର୍ମଗଡ଼ ଥାନାକୁ ପ୍ରେରିତ କରିଥିବା ବେଳେ ନିଖୋଜ ଯୁବକକୁ ଚିହ୍ନଟ କରିବାକୁ ଧର୍ମଗଡ଼ ପୋଲିସ ପରିବାରକୁ ଡାକି ଚିହ୍ନଟ ଚିହ୍ନଟ କରିଛି। ସୂଚନା ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଏଲାଜୋର ଗ୍ରାମର ଜଣେ ଯୁବକ ନିଜ ଦୁଇ ସାଙ୍ଗ ସହ ଚେନ୍ନାଇକୁ ଦାଦନ ଖଟିବାକୁ ଯାଉ ଖାଉଥିବା ବେଳେ ଆନ୍ଦ୍ରପ୍ରଦେଶର ବିଜୟ ନଗରମ ଠାରେ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇ ହୋଇଥିଲା । ନିଖୋଜ ଦାଦନ ଶ୍ରମିକ ଜଣକ ହେତୁରମ୍ ଜୁଏଡ (୩୨) ପିତା ଅଖୂଳ ଯୁଏଡ୍ ବୋଲି ଜଣାପଡିଛି । ଅଭିଯୋଗ ମତେ ହେତୁରାମ ଗତ ୧୩/ ୬ ଶୁକ୍ରବାର ଦିନ ବଡ ଘୁମର ର ନିରଞ୍ଜନ ଗୋପାଳ ଓ ଥବିର ଗୋପାଳ ସହ ମିଶି ଦାଦନ ଖଟିବାକୁ ଚେନ୍ନାଇ ଅଭିମୁଖେ ବାହାରିଥିଲେ । ରାତି ୧/୩୦ଘଣ୍ଟା ସମୟରେ କେସିଙ୍ଗା ଷ୍ଟେସନ ଠାରୁ ଟାଟା ଏଲ୍ ଏ ପି ଧାନବାଦ ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିଲେ ।କିନ୍ତୁ ସକାଳ ୭ଘଣ୍ଟା ୩୦ ମିନିଟ ସମୟରେ ଆନ୍ଦ୍ରପ୍ରଦେଶର ବିଜୟ ନଗରମ ଷ୍ଟେସନ ଠାରେ ହେତୁରାମ୍ କୁ ଟ୍ରେନ ରେ ନ ଦେଖି ନିଜ ଦୁଇ ସାଙ୍ଗ ଖୋଜା ଖୋଜି କରି ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା ।ଯାହା ଫଳରେ ଉକ୍ତ ଦୁଇ ଯୁବକ ନିଜ ଗାଁ କୁ ଫେରି ପରିବାର ଲୋକଙ୍କୁ ଜଣାଇ ଥିଲେ । ଏ ନେଇ ଗତ ତା ୧୬/୬ ରିଖ ଦିନ ପୁଅ ନିଖୋଜ ଥିବା ନେଇ ଧର୍ମଗଡ଼ ଥାନାରେ ଏକ ଲିଖୂତ ଅଭିଯୋଗ କରିଥିଲେ ପରିବାର ଲୋକେ ।ହେଲେ ମୃତ ହେତୁରାମ ଜୁଏଡ଼ ଙ୍କ ମୃତ ଦେହ ଆନ୍ଦ୍ରପ୍ରଦେଶ ବବଳୀ ଜି ଆର ପି ପୋଲିସ ଠାବ କରିଥିବା ସୂଚନା ମିଳିଛି।ଅନ୍ୟପଟେ ଏହା ଏକ ସୁକଳ୍ପିତ ହତ୍ୟା ହୋଇଥିବା ପରିବାର ପକ୍ଷରେ କୁହାଯାଇଛି।ଏହି ହତ୍ୟାକାଣ୍ଡ ପଛରେ ନିରଞ୍ଜନ ଗୋପାଳ ଓ ଥବିର ଗୋପାଳ ଥିବା ସନ୍ଦେହ କରିଛନ୍ତି ପରିବାର।ସବୁଠି ଦୁଃଖ କଥା-ଅତି ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଶବ ଆଣିବାକୁ ସମର୍ଥ ଜୁଟାଇ ପାରି ନାହାନ୍ତି।ଗୁରୁବାର ଧର୍ମଗଡ଼ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇ ଶବ ଗାଁ କୁ ଆଣିବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧୂକାରୀଙ୍କ ସହ ଆଲୋଚନା କରି ସରକାରଙ୍କ ନିୟମାନୁଯାୟୀ ଆର୍ଥକ ସହାୟତା ଯୋଗାଇବ ସହ ଗାଁକୁ ଶବ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷେ ଏହାର ତଦନୁ କରି ସମ୍ପୂକୃ୨ଜଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧୂକାରୀଙ୍କୁ ପରିବାର ଜଣାଇଥୂବା ସୂଚନା ମିଳିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User