ନୁନମାଠ ଗ୍ରାମପଞ୍ଚାୟତ ର ବିଜଖମନ୍ ନୂଆଁ ବନ୍ଧ ର ପଙ୍କ ଉଦ୍ଧାର ଓ ନବୀକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି।

May 26, 2025 - 05:27
0 42

କେସିଙ୍ଗା/କଳାହାଣ୍ଡି,୨୬l ୫(ଷ୍ଟାରନିୟୁଜ ଓଡିଶା): କେସିଙ୍ଗା ବ୍ଲକ୍. ନୁନମାଠ ଗ୍ରାମପଞ୍ଚାୟତ ର ବିଜଖମନ୍ ଗ୍ରାମର ନୂଆଁବନ୍ଧ ପଙ୍କ ଉଦ୍ଧାର ଓ ନବୀକରଣ ପାଇଁ ବର୍ଷ ୨୦୨୩-୨୦୨୪ ରେ ସି.ଏଫ୍.ସି ଫଣ୍ଡ ରୁ ଅଟକଳମୂଲ୍ୟ ୨,୦୦୦୦୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା କିନ୍ତୁ ଗ୍ରାମବାସୀ ଙ୍କ ଅଭିଯୋଗ ଯେ ମାତ୍ର ୨ ଘଣ୍ଟା କାମ କରିଥିଲେ ଓ ବର୍ଷା ଯୋଗୁ କାମକୁ ସ୍ତଗିତ କରାଯାଇଥିଲା ସେଥିପାଇଁ ଲୋକଙ୍କ ମନରେ ଭାବନା ଥିଲା ଯେ ବର୍ତ୍ତମାନ କାର୍ଯ୍ଯ ବର୍ଷା ପାଇ ସ୍ତଗିତ ଅଛି ଆସନ୍ତା ବର୍ଷ ପୁଣି ଅଧାପନ୍ତରିଆ କାମ ଆରମ୍ଭ ହେବ ବୋଲି ଆଶା ବାନ୍ଧିଥିଲେ । କିନ୍ତୁ ଆଉ କିଛି କାମ ନ ହୋଇ ନୂଆଁ ବନ୍ଧ ର ଗାଧୁଆ ଘର କାନ୍ଥରେ ସୂଚନା ଫଳକ ଲେଖି ସୂଚନା ଫଳକ ବୋର୍ଡ ତିଆରି ନ କରି ଫାଇନାଲ ବିଲ କରିଛନ୍ତି ବୋଲି ଅଭିଯୋଗ ହେଉଅଛି। ଏଠି ପ୍ରଶ୍ନ ଉଠୁଛି ଯେ ୨ ଘଣ୍ଟା ରେ କିପରି ୨ ଲକ୍ଷ ଟଙ୍କା ର କାର୍ଯ ସମ୍ପୂର୍ଣ୍ଣ ହେଲା ଏ ବାବଦ ରେ ବର୍ତ୍ତମାନ କାର୍ଯ୍ୟରତ ସରପଞ୍ଚ ମହୋଦୟ ଙ୍କୁ ପଚାରିବାରୁ ସେ ୨ ଦିନ କାମ ହୋଇଛି ଓ ସୂଚନା ଫଳକ ବୋର୍ଡ ତିଆରି ପାଈ ସି.ଏଫ୍.ସି ଫଣ୍ଡ ରୁ ପଇସା ଆସେ ନାହିଁ ତେଣୁ ଆମେ ଗାଧୁଆ କାନ୍ଥରେ ସୂଚନା ଫଳକ ଲେଖି ବିଲ କରାଗଲା ବୋଲି ମତ ଦେଇଛନ୍ତି। ଗାଧୁଆ ଘର କାନ୍ଥରେ ଯେଉ ସୂଚନା ଫଳକ ଲେଖା ଅଛି ସେଠି ନା କାର୍ଯରମ୍ଭ ର ତାରିଖ ଅଛି ନା କାର୍ଯ୍ଯ ଶେଷ ତାରିଖ ଅଛି ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଉକ୍ତ ବନ୍ଧ ର ନବୀକରଣ କାର୍ଯ ରେ ବ୍ୟାପକ ଦୁର୍ନୀତି ହୋଇଅଛି ବୋଲି ଗ୍ରାମବାସୀ ମାନେ ମତ ରଖିଛନ୍ତି।ଗ୍ରାମ ବାସି ମାନେ ଗାଧୋଇବା ପାଇଁ ପାଣି ନାହିଁ ବହୁତ୍ ହଇରାଣ ହରକତ ହେଉଛନ୍ତି ଏହି ଅସୁବିଧା କୁ ଦୂର କରିବା ପାଇଁ ପଞ୍ଚାୟତ ସି.ଏଫ୍.ସି ଫଣ୍ଡ ରୁ ୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା ହେଲେ ତାହା ବାଟ ମାରଣା ହୋଇ କାର୍ଯ୍ଯ ଅଧାପନ୍ତରିଆ ଭାବରେ ପଡ଼ି ରହିଛି। ବିନା କାର୍ଯ୍ଯ ରେ ୨ ଲକ୍ଷ ଟଙ୍କା ବିଲ୍ କେମିତି ହେଲା ଓ କାହା ପକେଟ କୁ ସବୁ ପଇସା ଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଏହି କାର୍ଯ୍ୟ ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ମତ ରଖିଛନ୍ତି।

କେସିଙ୍ଗା ରୁ ବିୟୁରୋ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 1

Comments (0)

User