ପାନୀୟ ଜଳ ସମସ୍ୟା ନେଇ ଉମରକୋଟ-ନବରଙ୍ଗପୁର ରାଜ୍ୟ ରାଜପଥ ଅବରୋଧ କଲେ ବିଡ୍ରିଗୁଡ଼ା ଗ୍ରାମବାସୀ।

May 27, 2025 - 12:55
0 131

ଝରିଗାଁ,୨୭l୫(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଡ୍ରିଗୁଡ଼ା ଗ୍ରାମର ଇନ୍ଧିରା କଲୋନୀ ଠାରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ସମସ୍ୟାର ସମାଧାନ ନେଇ ଆଜି ବିଡ୍ରିଗୁଡ଼ା ଗ୍ରାମବାସୀ ଧୋଡ୍ରା ନିକଟସ୍ଥ ବିଡ୍ରିଗୁଡ଼ା ଛକ ନିକଟରେ ଉମରକୋଟ-ନବରଙ୍ଗପୁର ରାଜ୍ୟ ରାଜପଥ ଅବରୋଧ କରିଥିଲେ।ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେବା ପରେ ରାସ୍ତାରୁ ଗ୍ରାମବାସୀ ହଟିଥିଲେ।ସୂଚନା ପ୍ରକାରେ ବିଡ୍ରିଗୁଡ଼ା ଗ୍ରାମର ଇନ୍ଧିରା କଲୋନୀ ଠାରେ ଦୀର୍ଘ ବର୍ଷ ତଳେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହୋଇଥିଲା।କିଛି ବର୍ଷ ସାହି ବାସିନ୍ଧା ନଳକୂପରୁ ପାଣି ସଂଗ୍ରହ କରି ଆସୁଥିଲେ।ତେବେ କିଛି ବର୍ଷ ହେବ ଉକ୍ତ ନଳକୂପରୁ ଗଳିଆ ପାଣି ବାହାରୁ ଥିବା ଯୋଗୁଁ ସାହି ଲୋକ ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ।ଇନ୍ଧିରା କଲୋନୀର ଲୋକ ମାନେ ପାନୀୟ ଜଳ ପାଇଁ ୩ ଶହ ମିଟର ଦୂର ବିଶ୍ରାମ ଗୃହ ନିକଟରେ ଥିବା ନଳକୂପ ଉପରେ ନିର୍ଭର କରିବା ପାଇଁ ପଡୁଥିଲା।ଇନ୍ଧିରା କଲୋନୀରେ ନୂତନ ନଳକୂପ ଖନନ ନେଇ ବହୁବାର ଦାବି ପରେ ପ୍ରଶାସନ ପକ୍ଷରୁ ଗତ ୧୫ ଦିନ ତଳେ ନୂତନ ନଳକୂପ ଖନନ ହୋଇଥିଲା କିନ୍ତୁ ପାଣି ବାହାରିନଥିଲା।ତାପର ଠାରୁ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ଆଜି ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ବିଡ୍ରିଗୁଡ଼ା ଗ୍ରାମବାସୀ ଧୋଡ୍ରା ନିକଟସ୍ଥ ବିଡ୍ରିଗୁଡ଼ା ଛକ ନିକଟରେ ଉମରକୋଟ-ନବରଙ୍ଗପୁର ରାଜ୍ୟ ରାଜପଥରେ ଗୋରା ଓ ହାଣ୍ଡି ରଖି ଅବରୋଧ କରିଥିଲେ।ଫଳରେ ଉଭୟ ପାର୍ଶ୍ଵରେ ଗାଡି ଅଟକି ଯାଇଥିଲା।ଖବର ପାଇ ଝରିଗାଁ RWSS କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ବାଗ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ଦୁଇ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପ୍ରାୟ ଏକ ଘଣ୍ଟା ପରେ ରାସ୍ତାରୁ ଗ୍ରାମବାସୀ ହଟିଥିଲେ।ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User