ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାରେ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷ ରୁ ଦୃଡ଼ ନିନ୍ଦା

Apr 16, 2025 - 09:36
0 38
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାରେ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷ ରୁ ଦୃଡ଼ ନିନ୍ଦା

ଭବାନୀପାଟଣା,୧୬l୪ (ଷ୍ଟାରନିଉଜ ଓଡିଶା):ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାରେ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଭବାନୀପାଟଣା ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୂଆ ସରକାର ଆସିଲା ପରେ ବିଜୁ ବାବୁଙ୍କୁ ଅପମାନ କଲା ଭଳି ପଦକ୍ଷେପ ସବୁ ନିଆଯାଉଛି। ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପରିବର୍ତ୍ତନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରୁ ବିଜୁ ବାବୁଙ୍କ ନାମ କାଟିବା, ବିଜୁ କ୍ରିଡ଼ା ପୁରସ୍କାର ନାମ ପରିବର୍ତ୍ତନର ପ୍ରୟାସ କରିବା ଏବଂ ନିକଟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ଅଲଗା ଘଟଣା ସରକାରଙ୍କ ହୀନ ରାଜନୀତି ଓ ଅପାରଗତା ଦର୍ଶାଉଛି । ବିଜୁ ବାବୁ ସବୁବେଳେ ରାଜନିତୀର ଉର୍ଦ୍ଧ୍ବରେ ରହି ଓଡ଼ିଆ ଅସ୍ମିତା ରକ୍ଷା ଓ ଓଡ଼ିଶାର ବିକାଶ ପାଇଁ କାମ କରିଛନ୍ତି। ସେ ଜଣେ ସ୍ବାଧୀନତା ସଂଗ୍ରାମୀ ସହ ଇଣ୍ଡୋନେସିଆ ର ଭୂମିପୁତ୍ର। ସେହିଭଳି ଜଣେ ରାଷ୍ଟ୍ର ନାୟକଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଓ ତାଙ୍କୁ ଅପମାନ କରିବା ବିଜେଡି ବରଦାସ୍ତ କରିବା ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସରକାର ଗଭୀର ନିଦ୍ରାରୁ ଉଠନ୍ତୁ, ଘଟଣାର ପୁନରାବୃତ୍ତିକୁ ରୋକନ୍ତୁ ବୋଲି ବିଜେଡି ନେତା ସ୍ବର ଉତ୍ତୋଳନ କରିଥିଲେ । ବିଜୁ ବାବୁଙ୍କୁ ଅପମାନ, ଓଡ଼ିଆ ଜାତିର ଅପମାନ ବୋଲି ନାରା ଦେବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବିଜେଡ଼ି ନେତୃମଣ୍ଡଳୀ ଦାବୀ କରିଛନ୍ତି। ଖୋଦ୍ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଅଞ୍ଚଳରେ ଏହି ଭଳି କୁତ୍ସିତ ଘଟଣା ଏକ ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ ବୋଲି କଳାହାଣ୍ଡି ବିଜେଡି ଅଭିଯୋଗ କରିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାଏକ, ଭବାନୀପାଟଣା ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ପ୍ରଦିପ ମୁଣ୍ଡ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ମହିଳା ସଭାନେତ୍ରୀ ଲଳିତା ନାଏକ, ସଂଯୁକ୍ତା ବେହେରା, ଯୁବ ନେତା ପ୍ରଶାନ୍ତ ନାଏକ, ମନିନ୍ଦ୍ର ମହାନ୍ତି, ଧବଳେଶ୍ଵର ମହାପାତ୍ର, ଦିନେଶ ବଗର୍ତ୍ତି, ସାମନ୍ତ ଖମାରୀ, ସେନାପତି ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, ଦିନେଶ ସାହୁ,ଉଦୟ ସୁନାନୀ, କ୍ଷୀରସିନ୍ଧୁ ନାଏକ, ଉତ୍ପଳ ଦାସ, ପ୍ରମ ପାଣିଗ୍ରାହୀ, ଚକ୍ର ସେଠୀ, ଅମିତ ଯାଦବ, ଭୋଳା ନାଥ ନାଗ, ଶେଖ୍ ମୁନାବର ପ୍ରମୁଖ ଯୋଗ ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିଉଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User