ବାଲନ୍ଦାପଡ଼ା ବସଷ୍ଟାଣ୍ଡ ରୁ ଦୁଇ ନାବାଳକ ଉଦ୍ଧାର

Apr 08, 2025 - 06:02
0 187
ବାଲନ୍ଦାପଡ଼ା ବସଷ୍ଟାଣ୍ଡ ରୁ ଦୁଇ ନାବାଳକ ଉଦ୍ଧାର

କନ୍ଧମାଳ,୮l୪:ବାଲନ୍ଦାପଡା ବସ୍‌ଷ୍ଟାଣ୍ଡରୁ ଆଜି ଦୁଇ ନାବାଳକ ଫିରିଙ୍ଗିଆ ଥାନା _ବଡ଼ଙ୍ଗିଆର ଟୁନା କହଁର (୯) ଓ ଲୁନା କହଁର_ (୮)ଙ୍କୁ ଉଦ୍ଧାର କରାଯାଇଛି। ଏମାନେ ଦଣ୍ଡନାଚ ଦେଖିବା ପାଇଁ ଦୁଇ ଭାଇ ଫିରିଙ୍ଗିଆ ଆସିଥିଲେ। ସେଠାରୁ ବସରେ ବସି ବାଲ ନ୍ଦାପଡ଼ା ଚାଲି ଆସିଥିଲେ । କିଛି ଲୋକ ତାଙ୍କୁ ଦେଖି ପଚରାଉଚରା କରିଥିଲେ। ତେବେ ସେମାନେ କିଛି କହି ପାରି ନଥିଲେ। କଏରମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଲ ସେମାନଙ୍କୁ ନେଇ ମା ଗୃହରେ ରଖୁଥିଲେ। ଗୋଚ୍ଛାପଡ଼ା ଥାନାକୁ ଖବର ଦିଆଯିବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଥିଲେ। ଜିଲ୍ଲା ଶିଶୁ କଲ୍ୟାଣ ସମିତିକୁ ସୂଚନା ଦିଆ ଯିବାପରେ କର୍ମକର୍ତ୍ତା ପହଞ୍ଚି ସେମାନଙ୍କୁ ଫୁଲବାଣୀ ଆଣିବା ପରେ ସ୍ଥାନୀୟ ଗୋପବନ୍ଧୁ ବାଳାଶ୍ରମରେ ଥଇଥାନ କରିଛନ୍ତି। ଶିଶୁଙ୍କ ବାପା ଜଳେଶ୍ଵର କହଁରଙ୍କ କିଛି ବର୍ଷ ତଳେ ମୃତ୍ୟୁ ହୋଇଛି। ମାଆ ବୁନୀ କହଁରଙ୍କ ମାନସିକ ସ୍ଥିତି ଠିକ ନାହିଁ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User