ଭବାନୀପାଟଣା ଠାରେ ନିଶା ଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ରଥ ର ଶୁଭ ଆରମ୍ଭ l

Jun 04, 2025 - 20:43
0 35

ଭବାନୀପାଟଣା,୪l ୬(ଷ୍ଟାର ନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲାରେ ରେ ନିଶା ନିବାରଣ ସଚେତନତା ରଥ "ଆମ ସଂକଳ୍ପ ନିଶା ନୁହଁ ଜୀବନ " ଜିଲ୍ଲା ର ସମସ୍ତ ବ୍ଲକ ପରିକ୍ରମା କରି ସଚେତନତା କରିବା ଉଦ୍ଦେଷ୍ୟରେ ଆଜି ପୂର୍ବାହ୍ନ 8.45 ଘ ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏହି ଅବସରରେ ଅତିତିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ଅବକାରୀ ଅଧୀକ୍ଷକ ରଞ୍ଜନ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସମେତ ଅବକାରୀ ବିଭାଗ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ଓଡିଶା କୁ ସମ୍ପୂର୍ଣ୍ଣ ବେଆଇନ ନିଶା ମୁକ୍ତ କରାଯିବା ପାଇଁ ଯୋଜନା କରାଯାଇଛି l ମେ 31 ତାରିଖରୁ ଜୁନ 26 ତାରିଖ ଯାଏଁ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ l ନିଶା ବ୍ୟବହାର ର ଅପକାରୀତା ଓ ପ୍ରଭାବ ନେଇ ସଚେତନତା ମଧ୍ୟ କରାଯିବ l ଅବକାରୀ ବିଭାଗ ସହ ପୋଲିସ ଏସ୍ ଟି ଏଫ୍ , ମିସନ୍ ଶକ୍ତି, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ ତଥା ମଦ ଓ ଡ୍ରଗ୍ସ ବିରୋଧରେ ମଧ୍ୟ କ୍ୟାମ୍ପେନ ଚାଲିବ l ସ୍କୁଲ ଆଖ ପାଖରେ ଥିବା ବେଆଇନ ମଦ ଦୋକାନ ହଟେଇବା ସଙ୍ଗେ ସଙ୍ଗେ ଗାଁ ରେ ନିଶା ରୋକିବାକୁ ମିସନ୍ ଶକ୍ତି ମହିଳା ମାନଙ୍କର ସାହାର୍ଯ୍ୟ ନିଆଯିବ ବୋଲି ସୂଚନା ଦିଆଯାଇଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User