ୟୁଜିସି ରେଗୁଲେସନ-୨୦୨୬ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜର ଆନ୍ଦୋଳନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର, ସମାନତା ଓ ସାମାଜିକ ସଦ୍‌ଭାବନା ନେଇ ଉଠାଇଲେ ପ୍ରଶ୍ନ

Nov 04, 2026 - 06:31
0 19
ୟୁଜିସି ରେଗୁଲେସନ-୨୦୨୬ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜର ଆନ୍ଦୋଳନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର, ସମାନତା ଓ ସାମାଜିକ ସଦ୍‌ଭାବନା ନେଇ ଉଠାଇଲେ ପ୍ରଶ୍ନ

କଳାହାଣ୍ଡି ୦୩/୧୧ (ଷ୍ଟାରନିୟୁଜ ଓଡ଼ିଶା):ୟୁଜିସି ରେଗୁଲେସନ-୨୦୨୬କୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଏହି ନିୟମ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ପକ୍ଷପାତ ସୃଷ୍ଟି କରିବା ସହ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରି ଏହାର ତୁରନ୍ତ ପ୍ରତ୍ୟାହାର ଦାବି କରିଛି ବ୍ରାହ୍ମଣ ସମାଜ କଳାହାଣ୍ଡି।
ଏହି ଦାବିକୁ ନେଇ ସଂଗଠନ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସହ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ଉପସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ସମାଜର ବହୁ ସଦସ୍ୟ ଓ ସଦସ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ନିଜର ଦାବି ଉପସ୍ଥାପନ କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସଂଗଠନର ଅଭିଯୋଗ ଅନୁଯାୟୀ, ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଣୟନ ହୋଇଥିବା ଏହି ରେଗୁଲେସନ ସାଧାରଣ ସବର୍ଣ୍ଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଅସମାନ ପରିସ୍ଥିତି ସୃଷ୍ଟି କରିପାରେ। ଏହା ଭାରତୀୟ ସମ୍ବିଧାନର ଧାରା-୧୪ରେ ଉଲ୍ଲେଖିତ ସମାନତାର ଅଧିକାରର ମୂଳ ଭାବନାକୁ କ୍ଷୁଣ୍ଣ କରିବା ସହ ସମାଜରେ ଅଯଥା ବିଭେଦ ଓ ଅସନ୍ତୋଷ ବୃଦ୍ଧି କରିବାର ଆଶଙ୍କା ରହିଛି।
ଶିକ୍ଷା ବ୍ୟବସ୍ଥାରେ ନ୍ୟାୟ, ସମାନ ସୁଯୋଗ ଓ ସାମାଜିକ ସଦ୍‌ଭାବନା ବଜାୟ ରଖିବା ପାଇଁ ଏହି ନିୟମର ପୁନଃବିଚାର କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି।
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ଭବାନୀପାଟଣା ନଗର କମିଟିର ଉପସଭାପତି ଆଦିତ୍ୟ ମିଶ୍ର, ସମ୍ପାଦକ ଶେଷଦେବ ମିଶ୍ର, ବରିଷ୍ଠ ଆଇନଜୀବୀ ସନ୍ତୋଷ ପଣ୍ଡା, ନିହାର ରଞ୍ଜନ ମିଶ୍ର, ଦେବୀ ପ୍ରସାଦ ଦାଶ, ଚକ୍ରଧର ଦାଶ, ସୁଦେଷ୍ଣା ପଣ୍ଡା, ଗୀତାଞ୍ଜଳି ବେହେରା, ଅର୍ଚ୍ଚନା ମିଶ୍ର, ସବିତା ଶତପଥୀ, ଶଶାଙ୍କ ଦାଶ, ସନ୍ତୋଷ ଦାଶ, ଉମାଶଙ୍କର ମୁଣ୍ଡ ଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସମେତ ବ୍ରାହ୍ମଣ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User