ଅନ୍ତର୍ଜାତୀୟ ମଞ୍ଚରେ ଚମକିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ ଉପରେ କରିବେ ଗବେଷଣାପତ୍ର ଉପସ୍ଥାପନ

Oct 12, 2026 - 06:27
0 22
ଅନ୍ତର୍ଜାତୀୟ ମଞ୍ଚରେ ଚମକିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ ଉପରେ କରିବେ ଗବେଷଣାପତ୍ର ଉପସ୍ଥାପନ

ଭବାନୀପାଟଣା, ୧୨/୧୦ (ଷ୍ଟାରନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ଯୁବ ଲେଖକ ତଥା ଗବେଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ ପାଇଁ ଆମନ୍ତ୍ରିତ ହୋଇଛନ୍ତି। ଅକ୍ଟୋବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ଭବନରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଆଇଜିଏନ୍‌ସିଏ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେଉଛି।
‘ଫ୍ରମ୍ ମହାନଦୀ ଟୁ ମେଲାକା: ମ୍ୟାପିଂ ଦ ମାରିଟାଇମ୍ ଟ୍ରେଡ୍ ରୁଟ୍ସ ଅଫ୍ କଳିଙ୍ଗ ସାଧବସ୍’ ଶୀର୍ଷକ ତାଙ୍କ ଗବେଷଣାପତ୍ରରେ ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସିଆ ସହ ଐତିହାସିକ ସାଂସ୍କୃତିକ ସମ୍ପର୍କରେ ସାଧବମାନଙ୍କ ଅବଦାନ ଉପରେ ଆଲୋକପାତ କରାଯାଇଛି।
ନର୍ଲା ବ୍ଲକ୍‌ର ବୁଢ଼ୀପଦର ଗ୍ରାମରେ ଜନ୍ମିତ ସୁଧୀର ବର୍ତ୍ତମାନ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବରିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ। ତାଙ୍କ ଗଳ୍ପ ସଂକଳନ ‘ଖଂଗାର’ ୨୦୨୧ରେ ଟାଇମ୍‌ପାସ୍ ବେଷ୍ଟସେଲର ପୁରସ୍କାର ଲାଭ କରିଥିଲା। ତାଙ୍କର ଏହି ଅନ୍ତର୍ଜାତୀୟ ଅଂଶଗ୍ରହଣ କଳାହାଣ୍ଡି ତଥା ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଗୌରବକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User