ଝରିଗାଁ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ପଳସଗାଁ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ଚତୁର୍ପାଶ୍ୱରେ ବୃକ୍ଷ ରୋପଣ ।

Aug 04, 2025 - 14:00
0 104
ଝରିଗାଁ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ପଳସଗାଁ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ଚତୁର୍ପାଶ୍ୱରେ ବୃକ୍ଷ ରୋପଣ ।

ଝରିଗାଁ,୪l୮ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଂଚାୟତ ଅନ୍ତର୍ଗତ ପଳସଗାଁ ଗ୍ରାମର ନୀଳକଣ୍ଠେଶ୍ଵର ଶିବ ମନ୍ଦିରର ଚତୁର୍ପାଶ୍ୱରେ ଆଜି ଝରିଗାଁ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଫୁଲଗଛ ରୋପଣ କରାଯାଇଛି |ଝରିଗାଁ ମୃତିକା ସଂରକ୍ଷଣ ଅନ୍ତର୍ଗତ ଜଳ ବିଭାଜିକା ବିଭାଗର ସେକ୍ରେଟାରୀ ମୁକୁନ୍ଦ ପୂଜାରୀଙ୍କ ତତ୍ୱାବଧାନରେ ସମାଜ ସେବୀ ପ୍ରତାପ ଦୁରିଆ, ଦେବ ପୂଜାରୀ, ମଙ୍ଗଳ ପୂଜାରୀ, ଦୁଃର୍ଜ ପୂଜାରୀ, ଚନ୍ଦ୍ର ଭତରା, ପୀତବାସ ଭତରା, ନବ ପୂଜାରୀ, ନୀଳକଣ୍ଠ ମାଳି, ସଦା ଭତରା, ଫୁଫୁଗାଁର ତ୍ରିନାଥ ବୋଲବମ ଦଳ ଓ ଗ୍ରାମର ଜନସାଧାରଣଙ୍କ ଉପସ୍ଥିତିରେ ଚମ୍ପା, ଚନ୍ଦନ, କୃଷ୍ଣଚୁଡା, ରାଧାଚୁଡା ଓ ବେଳ ଗଛ ଭଳି ପ୍ରାୟ 500ଗଛ ରୋପଣ କରାଯାଇଥିବା ସୂଚନା ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User