ବେକରେ ଗାମୁଛା ଦେଇ ଯୁବକଙ୍କ ଆତ୍ମହତ୍ୟା ।

Jul 24, 2025 - 07:14
0 109
ବେକରେ ଗାମୁଛା ଦେଇ ଯୁବକଙ୍କ ଆତ୍ମହତ୍ୟା ।

ଝରିଗାଁ,୨୪l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁସୁମୀ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ସୂଚନା ପ୍ରକାରେ କୁସୁମୀ ଗ୍ରାମର ଭଗତ ମାଝୀଙ୍କ ପୁଅ ମୁକୁନ୍ଦ ମାଝୀ (40) ପ୍ରାୟ 25 ବର୍ଷ ହେବ ଅଲେଖ ମହିମା ଦୀକ୍ଷା ଗ୍ରହଣ କରିବା ସହ ଚନ୍ଦାହାଣ୍ଡି ବ୍ଲକ ଉର୍ମାଲ ଠାରେ ଥିବା ଆଶ୍ରମରେ ରହୁଥିଲେ।ବେଳେ ନିଜ ଘରକୁ ଆସି କିଛି ଦିନ ରହି ଆଶ୍ରମକୁ ଫେରି ଯାଉଥିଲେ।ତେବେ ଗତ ତିନି ମାସ ହେବ ମୁକୁନ୍ଦ କେବେ କେବେ ଘରକୁ ଆସିଲେ ମଧ୍ୟ ପରିବାର ସହ କଥା ହେଉନଥିବା ବେଳେ ଏକାକୀ ରହୁଥିଲେ।ଗତକାଲି ମୁକୁନ୍ଦ ଘରେ ଖାଇବା ପରେ ଶୋଇ ପଡ଼ିଥିଲେ।ତେବେ ଆଜି ଭୋର ସକାଳୁ ଘରୁ ବାହାରି 500 ମିଟର ଦୂରରେ ଥିବା କାଜୁ ବାଡ଼ରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ।ସକାଳୁ ସକାଳୁ କିଛି ମହିଳା ଶୌଚ ପାଇଁ କାଜୁ ବଗିଚାକୁ ଯାଇ ଆତ୍ମହତ୍ୟା କରିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ପରେ ମୃତ୍ୟ ମୁକୁନ୍ଦଙ୍କ ଭାଇ ନୀଳକଣ୍ଠ ଝରିଗାଁ ଥାନାରେ ଲିଖିତ ଭାବେ ଘଟଣା ସମ୍ପର୍କରେ ଜଣାଇ ଥିଲେ।ଅଭିଯୋଗ ପାଇ ଝରିଗାଁ ପୋଲିସ ପକ୍ଷରୁ ଏସ ଆଇ କେ ଲଷ୍ମୀ ନାରାୟଣ ଦୋରା ଏବଂ ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ମୃତ ମୁକୁନ୍ଦ ତିନି ମାସ ହେବ ମାନସିକ ବିକୃତ ଥିବା ଜଣାପଡ଼ିଥିବା ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 1
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User