ଏକ ଦିନିଆ ସରକାରୀ କର୍ମଚାରୀଙ୍କ ସହିତ ନେଟୱାର୍କିଂ ଲିଙ୍କେଜ୍ ବୈଠକ

Oct 16, 2025 - 15:00
0 26
ଏକ ଦିନିଆ  ସରକାରୀ କର୍ମଚାରୀଙ୍କ ସହିତ ନେଟୱାର୍କିଂ ଲିଙ୍କେଜ୍ ବୈଠକ

କଳାହାଣ୍ଡି ଜିଲ୍ଲା  (ଷ୍ଟାର ନିୟୁଜ ଓଡିଶା ) ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ଙ୍କ ତରଫରୁ ବି ଏମ୍ ଜେଡ୍ ଜର୍ମାନ ଓ ଚାଇଲଡ୍ ଫଣ୍ଡ ଙ୍କ ମିଳିତ ସହାୟତାରେ ଏକ ଦିବସୀୟ ସରକାରୀ କର୍ମଚାରୀଙ୍କ ସହିତ  ନେଟୱାର୍କିଂ ସମ୍ମନିୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀପ୍ରଦୀପ କୁମାର ପାତ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅଧିକାରି ଆର୍ ସି ଡ଼ି ସି ଭୁବନେଶ୍ଵର ସମସ୍ତଙ୍କୁ ସ୍ବାଗତ ଜଣେଇ ବୈଠକ କରିବାର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି  ଭାବେ ଶ୍ରୀ ତ୍ରିପୁରା ମହାନନ୍ଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଲାମୁଣ୍ଡା, ଶ୍ରୀମତି ଭକ୍ତି ପଟ୍ଟନାୟକ ଡେପୁଟି ସିଇଓ ଓରମାସ୍ କଳାହାଣ୍ଡି, ନିହାରିକା ସାହୁ ସହକାରୀ ଉଦ୍ୟାନ ଅଧିକାରି, ବନ୍ଦନାରାଣୀ ପଣ୍ଡା ସହକାରୀ ମତ୍ସ୍ୟ ଅଧିକାରି ଗୋଲାମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବିଡିଓ ଗୋଲାମୁଣ୍ଡା ଶ୍ରୀମହାନନ୍ଦ କୃଷକ ଉତ୍ପାଦକ କଂପାନୀକୁ ସଠିକ୍ ଭାବରେ ପରିଚାଳନା କରିବା ପାଇଁ କୃଷକ ମାନଙ୍କ ଯୋଗଦାନ କରି ସେୟାର ହୋଲଡ଼ର ହେବା ପାଇଁ ଗୁରୁତ୍ଵ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବା ପାଇଁ ସମସ୍ତ ଏମ୍ ବି କେ ଓ ସିଆରପି ମାନଙ୍କୁ ପରାମର୍ଶ ଦେଇ ଥିଲେ ।କୃଷକ ଉତ୍ପାଦକ କଂପାନୀ ମାଧ୍ୟମରେ କିଣା ବିକା ସହଜ ଓ ସଠିକ୍ ଭାବରେ କରି ହେବ,ଦାଦନ ଶ୍ରମିକ କମେଇବା ପାଇଁ  ସରକାରଙ୍କ ଯୋଜନାକୁ ଲାଭ ଉଠେଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ନିଜ ବିଭାଗ ର ଯୋଜନାର ଲାଭ ନେବା ପାଇଁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ୪୦ ରୁ ଉର୍ଦ୍ଧ ଯୁବ ଉଦ୍ୟୋଗୀ,କୃଷକ, ଏମ୍ ବି କେ ଓ ସିଆର୍ ପି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ରଥୁରାମ ବାଗ ଆର୍ ସି ଡ଼ି ସି ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ବୁଲୁ ଲେଙ୍କା,ସଞ୍ଜୟ ଅଘରିଆ ଓ ସଞ୍ଜୀବ ନାଏକ ସହଯୋଗ କରିଥିଲେ। 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User