ଭୁବନେଶ୍ୱର : ଜାତୀୟ ସ୍ତରୀୟ ପୁରସ୍କୃତ ହେଲେ ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ..
ଭୁବନେଶ୍ଵର ତା. ୧୬/୧୦( ଷ୍ଟାର ନିୟୁଜ ଓଡିଶା ) ଭୁବନେଶ୍ୱରେ ରେ ଅଲ ଇଣ୍ଡିଆ ରେଡ଼ିଓ ପ୍ରସାର ଭାରତୀ ପ୍ରତିଷ୍ଠାନର କନଫରେନ୍ସ ହଲରେ ଅଶୂଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଦ୍ୱାରା ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଉକ୍ତ ସମ୍ମିଳନୀରେ ଭାରତର ପ୍ରତ୍ୟେକ ରାଜ୍ୟର କଞ୍ଜୁମର୍ ଆକ୍ଟିଭିଷ୍ଟ କର୍ମୀ ମାନେ ଯୋଗଦେଇ ଥିଲେ l ଜାତୀୟ ମୁଖପାତ୍ର ତଥା ରାଜ୍ୟ ସମ୍ପାଦକ ଆଡ଼ଭୋକେଟ ଡଃ ସୁନାକର ବେହେରା ମଞ୍ଚ ସଂଚାଳନ କରିବାସହିତ ଜାତୀୟ ସମ୍ମିଳନୀ ରେ ଅଧ୍ଯକ୍ଷତା କରିଥିଲେ l
ଏଆଇସିଡବ୍ଲୁସି ର ଜାତୀୟ ମୁଖ୍ୟ ଭିକ୍ଷାତ ସେନାଇଁ ମୁଖ୍ୟ ଅତିଥିଭାବେ ରାଜ୍ୟ କଞ୍ଜୁମର ରେଡ୍ରେସାଲ ଫୋରମର ରାଜ୍ୟ ଅଧ୍ଯକ୍ଷ ଜଷ୍ଟିସ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି ଥିଲେ l ବରଣ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କ ଲିଗାଲ ମେଟ୍ରୋଲଜି କଣ୍ଟ୍ରୋଲର ତଥା ସ୍ୱତନ୍ତ୍ର ସଜ୍ଜିବ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶ୍ରୀଯୁକ୍ତ ବିଶିକେସନ ଦେହୁରୀ ସ୍ଵତନ୍ତ୍ର ଅତିଥି ଭାବେ , ମୁଖ୍ୟ ବକ୍ତା ଓ ଡିଶା ଉଚ୍ଚ ନ୍ୟାୟାଳୟ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁବ୍ରତ କୁମାର
ନନ୍ଦ,କେନ୍ଦ୍ର ସରକାର ଏମଏସଏମଇ ର ରାଜ୍ୟ ଉପାଧ୍ଯକ୍ଷ ପ୍ରସନ୍ନ କୁମାର ପରିଡା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅଭିନନ୍ଦନ ଦାସ, ଏଆଇସିଡବ୍ଲୁସି ର ଜାତୀୟ ମୁଖ୍ୟ ମାନଙ୍କ ମଧ୍ୟରେ ଜେନେରାଲ ପ୍ରିନ୍ସିପାଲ ସେକ୍ରେଟାରୀ ଦେବେନ୍ଦ୍ର ତିୱାରୀ, ଜାତୀୟ ଉପାଧ୍ଯକ୍ଷ ତେରସମ ଭାରତୀ,ସୀତା ନାନକ,କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମହାନ୍ତି, ରାଜ୍ୟ ସଭାପତି ଆଡ଼ଭୋକେଟ ଜଗବନ୍ଧୁ ସରାଫ, ରାଜ୍ୟ ମହିଳା ସଭାପତି ସ୍ନେହମୟୀ ଆଚାର୍ଯ୍ୟ,ରାଜ୍ୟ ସଂଯୋଜକ ବିବେକାନନ୍ଦ ହୋତା, ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବିଶ୍ଵାଳ ଉପସ୍ଥିତ ଥିବାବେଳେ କଳାହାଣ୍ଡି ଭବାନୀ ପାଟଣା ର କଞ୍ଜୁମର୍ ଜିଲ୍ଲା ପ୍ରେସିଡେଣ୍ଟ ଭବାନୀ ପଟ୍ଟନାୟକ, ସ୍ନେହମୋୟୀ ଯୋଗଦେଇଥିଲେ l ଫକୋ ଫେଡେରେସନ୍ ର ରାଜ୍ୟ ସଭାପତି ସ୍ୱର୍ଗତ ବଂଶୀଧର ଆଚାର୍ଯ୍ୟ ଙ୍କ ନେତୃତ୍ୱରେ କାର୍ଯ୍ୟ ଆରମ୍ବ କରୁଥିବା କନ୍ଧମାଳ ମାଟିର ସ୍ୱର୍ଗତ ସାଧବ ଦିଗାଲ ଙ୍କ ସୁପୁତ୍ର ଓଡ଼ିଶା ରାଜ୍ୟ ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଏହି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେଇଥିବା ଜାତୀୟ ସ୍ତରୀୟ ସମ୍ମିଳନୀ ରେ ଜାତୀୟ ସ୍ତରୀୟ ପୁରସ୍କୃତ ହେଇଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ଅନେକ କଞ୍ଜୁମର୍ ବା ଖାଉଟି ଉପଭୋକ୍ତା ଉପସ୍ଥିତ ଥିଲେ l ଏହି ସମ୍ମିଳନୀରେ ଗ୍ରାହକ ମାନଙ୍କ କଲ୍ୟାଣ ଓ ଅଧିକାର ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଭୂମିକା ଏବଂ ଆଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା l ଏହି ଜାତୀୟ ସମ୍ମିଳନୀ ରେ ବିଶିଷ୍ଟ ବ୍ୟବସାୟୀ ଓ ଶିଳ୍ପପତି ମାନଙ୍କୁ ନିଜର ସାଧୁତା ପାଇଁ ସମ୍ବନ୍ଧିତ କରାଯାଇଥିଲା l ଭୁବନେଶ୍ଵର ର
ପ୍ରତିଷ୍ଠିତ ଅମ୍ବର ଅନୁଷ୍ଠାନର ନିର୍ଦ୍ଦେଶକ ମାଣିକଚାନ୍ଦ ମାହେଶ୍ଵରୀ ଅନ୍ତର୍ଜାତୀୟ ଶିଳ୍ପପତି ଶ୍ରୀଯୁକ୍ତ ତାରା ରଞ୍ଜନ ପଟ୍ଟନାୟକ, କ୍ୟୁବେର ଅପ୍ଟିକାଲ ପ୍ରତିଷ୍ଠାତା ବିଜୟ ବିଶ୍ଵଳ ‘କୁବେର', ଓଡ଼ିଶାର ପ୍ରତିଷ୍ଠିତ କିୟୋରଓ ଏଲ ଲାବୋରୀ ପାଥୋଲାବ, ବେହେରା ଇଞ୍ଜିନିୟରିଙ୍ଗ ର ପ୍ରତିଷ୍ଠାତା ପ୍ରହଲ୍ଲାଦ ବେହେରା, ଶିକ୍ଷାକ୍ଷେତ୍ରରେ ସେଣ୍ଟ ଜାଭିୟର ସ୍କୁଲ ପ୍ରତିଷ୍ଠାତା ସୁଶାନ୍ତ କୁମାର ସ୍ଵାଇଁ, ମୈତ୍ରୀ ଗ୍ରୁପର ମ୍ୟାନେଜିଙ୍ଗ ଡାଇରେକ୍ଟର ସନ୍ତୋଷ କୁମାର ସାହୁ, ସାରଳା ରାଇସିମିଲ୍ଲ ନିର୍ଦ୍ଦେଶକ ରଞ୍ଜିତ କୁମାର ସାହୁ, ସିନେତାରକା ଜଗଦ୍ଦିଷ ପ୍ରୀତିରାଜ ଶତପଥୀ, କେନ୍ଦ୍ରାପଡ଼ା ରୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ସମାଜ ସେବୀ ସମୀର କୁମାର ପ୍ରଧାନ ଓ ସକାଳ ସାଥୀ ଜାତୀୟ ମୁଖ୍ୟ ଶ୍ରୀ ଲାଲା ଅନନ୍ତ କୁମାର ସିଂହ, ଜୟଦେବ ଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କୁ ସାର୍ଟିଫିକେଟ୍ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l ଏଆସିଡବ୍ଲୁସି ଏକ ଜାତୀୟ ନୋଡାଲ୍ ସଂଗଠନ ଯାହା ଗ୍ରାହକ ଅଧିକାର, ଏହାର ସୁରକ୍ଷା ପାଇଁ କାମ କରିଥାଏ l ସମ୍ମିଳନୀରେ
ଗ୍ରାହକମାନେ ଦୋକାନୀ ଙ୍କ ଠାରୁ କାମୀର
ଶିକାର କିପରି ନେହେବେ, ଗ୍ରହକଙ୍କ ପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି, ନୂଆ ନିୟମ କଣ ଲାଗୁ ହେଉଛି କିପରି କାର୍ଯ୍ୟକାରୀ କରୁଛି ଏଭଳି ଅନେକ ଗୁରୁତ୍ବପୂର୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା l ଗ୍ରାହକ ମାନେ ନିଜ ଅଧିକାରକୁ କିପରି ଜାଣିବେ ଓ ସଜାଗ ରହିବେ କୌଣସି ଗ୍ରାହକ ଠକାମୀ ର ଶିକାର ହେବେ ନାହିଁ ସେଥିପାଇଁ ସରକାର ନୂଆ ନିୟମ ଆଣିବା କେତେଦୂର ଆବଶ୍ୟକ ଅଛି ବଲି ଆଲୋଚନା କରାଯାଇଥିଲା l ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଗ୍ରାହକ, ଓକିଲ, ବୁଦ୍ଧିଜୀବୀ, ସୂଚନା ଅଧିକାର କର୍ମୀ, ସାମ୍ବାଦିକ, ଆଇନଜୀବୀ ତଥା ଜାତୀୟ ମୁଖ୍ୟ ସକାଳ ସାଥୀ ଶ୍ରୀ ଲାଲା ଅନନ୍ତ କୁମାର ସିଂହ ଓ ସମାଜ ସେବୀ ମାନେ ଯୋଗଦେବା ସହିତ ଦ୍ଵିତୀୟ ପର୍ଯ୍ୟାୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଥିଲା l ସମ୍ମିଳନୀ ଶେଷରେ ଡଃ ସୁନାକର ବେହେରା ଜାତୀୟ ସମ୍ମିଳନୀ ରେ ଉପସ୍ଥିତ ଥିବା ସମସ୍ତ ଜେ କୌଣସି କୁଳିମଜୁରିଆ ହୁଅନ୍ତୁ କିମ୍ବା ନେତା ମନ୍ତ୍ରୀ, ସରକାରୀ ଚାକିରିଆ ହୁଅନ୍ତୁ ସମସ୍ତେ ଆମେ ଜଣେ ଜଣେ ଖାଉଟି ଉପଭୋକ୍ତା ଆମେ ସମସ୍ତେ ପ୍ରତିଦିନ ଠକାମୀର ଶିକାର ହେଉଅଛୁ ତେଣୁ ଆମେ ସମସ୍ତେ ସଜାଗ ରହିବା ଆବଶ୍ୟକ ବଲି ଜାତୀୟ ସ୍ତରୀୟ ସମ୍ମିଳନୀ ରେ ଉପଭୋକ୍ତା ମାନଙ୍କୁ ମନ୍ତବ୍ୟ ଦେବା ସହିତ
ଧନ୍ୟବାଦ ପ୍ରଧାନ କରିଥିଲେ l ଓଡ଼ିଶା ରାଜ୍ୟ ର ରାଜ୍ୟ ସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ରାଜ୍ୟର ସମସ୍ତ ଜିଲ୍ଲା ରୁ ଗରିବ ନିରୀହ ଅସହାୟ ମାନଙ୍କ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ ଉକ୍ତ ପରିବାର ବର୍ଗ ଙ୍କର ସମସ୍ୟା ସମାଧାନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବା ଜେଉଁ ବିଭାଗୀୟ ର ଅଭିଯୋଗ ଆସିଥିବା ସେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରି ଗରିବ ନିରୀହ ଅସହାୟ ଜନ ସାଧାରଣ ଲୋକଙ୍କ ମୁହଁ ରେ ହସ ଫୁଟେଇ ତାଙ୍କ ଦୁଃଖ ଦୂର କରୁଥିବାରୁ ଶ୍ରୀ ଦିଗାଲ ଜାତୀୟ ସ୍ତରରେ ଏବେ ବେସ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି l
କନ୍ଧମାଳରୁ ରଙ୍ଗନାଥ ବଡ଼ସେଟଙ୍କ ରିପୋର୍ଟ ( ଷ୍ଟାର ନିୟୁଜ ଓଡ଼ିଶା )

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)