ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଜବତ।

Apr 17, 2025 - 06:57
Updated: 1 year ago
0 80
ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଜବତ।

ଭବାନୀପାଟଣା,୧୭l୪ (ଷ୍ଟାର ନିୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ କଟକ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତ୍ରିପାଠୀଙ୍କ ଶ୍ୱଶୁର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ଏହି ସମ୍ପର୍କରେ ଜୁନାଗଡ଼ ହସ୍ପିଟାଲରେ କାର୍ଯ୍ୟରତ ଜ୍ୱାଇଁ ଡାକ୍ତର ତ୍ରିପାଠୀଙ୍କ ଭଡା ଘରେ ରେଡ ହୋଇଥିବା ସୂଚନା ମିଳିଛି। ତେବେ ଡାକ୍ତରଙ୍କୁ ଘରୁ ନଗଦ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଓ ସୁନାଗହଣା ଜବତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ବି ଡାକ୍ତରଙ୍କ ଘର ଭିତରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 10
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User