ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ।

Jun 04, 2025 - 17:30
0 190

ଝରିଗାଁ,୪l୬(ଷ୍ଟାର ନିୟୁଜ ଓଡିଶା ):  ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ପ୍ରକାରେ ମୃତ ଯୁବକ ଜଣକ ହେଲେ ଝରିଗାଁ ଥାନା ଅଧୀନ ପୁପୁ ଗାଁ ପଞ୍ଚାୟତ ଅନ୍ତର୍ଗତ ନାଙ୍ଗା ଗୁଡ଼ା ଗ୍ରାମର ଯୁକ୍ସାଏ ଭତରାଙ୍କ ପୁଅ ଦୁର୍ଜନ ମାଝୀ (୩୦)। ଆଜି ସକାଳୁ ଦୁର୍ଜନ ଘରୁ ବାହାରି ଘର ଠାରୁ ୩ ଶହ ମିଟର ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦିନ ୧୨ ଘଣ୍ଟା ସମୟ ପର୍ଯ୍ୟନ୍ତ ଦୁର୍ଜନ ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ଆଖ ପାଖ ସାହି ପୋଡ଼ଶି ଘରେ ପଚରାଉଚରା କରିବା ସହ ଖୋଜିବା ଆରମ୍ଭ କରିଥିଲେ। ପରେ ସ୍ଥାନୀୟ ଲୋକେ ପୋଖରୀରେ ଦୁର୍ଜନ ଙ୍କ ଶରୀର ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ଜାଣିବା ପରେ ମୃତ ଯୁବକଙ୍କ ଭାଇ ଲକିଧର ମାଝୀ ଏନେଇ ଝରିଗାଁ ଥାନାରେ ଆଜି ଅପରାହ୍ନରେ ଏତଲା ଦେଇଥିଲେ। ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଙ୍କ ନିର୍ଦ୍ଦେଶନା ପରେ ଏ ଏସ ଆଇ ରାଜେଶ୍ ବଞ୍ଜାରାଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ୟୁ ଡ଼ି କେସ ନଂ ୧୭/୨୫ ରେ କେସ ରୁଜ୍ଜୁ କରିଛି। ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଯୁବକର ମୃତ୍ୟୁ କୁ ନେଇ ପୋଲିସ ତଦନ୍ତ କରୁଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏ ଏସ ଆଇ ବଞ୍ଜାରା ସୂଚନା ଦେଇଛନ୍ତି। ମୃତ ଦୁର୍ଜନଙ୍କ ପାଞ୍ଚ ବର୍ଷର ପୁଅ ଓ ତିନି ବର୍ଷର ଝିଅ ଦୁଇଟି ସନ୍ତାନ ଅଛନ୍ତି। ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଚୈତି ମାଝୀ ଦୁଃଖ ରେ ଭାଙ୍ଗି ପଡ଼ିଛନ୍ତି । ଯୁବକଙ୍କ ମୃତ୍ୟୁ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User