ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳୁନି ୧୦୮ ଆମ୍ବୁଲାନ୍ସ ସେବା, କଲସେଣ୍ଟର କୁ କଲ କଲେ କେବଳ ଦେଉଛନ୍ତି ସମୟ, ଗୁରୁତର ରୋଗୀଙ୍କୁ ବି ମିଳୁନି ଆମ୍ବୁଲାନ୍ସ ସେବା, ଭଡା ଗାଡି କରି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ l

Jun 24, 2025 - 10:32
0 52
ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳୁନି ୧୦୮ ଆମ୍ବୁଲାନ୍ସ ସେବା, କଲସେଣ୍ଟର କୁ କଲ କଲେ କେବଳ ଦେଉଛନ୍ତି ସମୟ, ଗୁରୁତର ରୋଗୀଙ୍କୁ ବି ମିଳୁନି ଆମ୍ବୁଲାନ୍ସ ସେବା, ଭଡା ଗାଡି କରି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ l

ଫିରିଙ୍ଗିଆ,୨୪l୬(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତମାନ ୧୦୮ ଆମ୍ବୁଲାନ୍ସ ସେବା ନାମକୁ ମାତ୍ର ହୋଇଥିବା ବେଳେ କେବଳ ପ୍ରହସନ ପାଲଟିଛି ଗୁରୁତର ରୋଗୀ ହେଉ କି ସାଧାରଣ ରୋଗୀ ୧୦୮ ଆମ୍ବୁଲାନ୍ସ କଲ ସେଣ୍ଟର କୁ କଲ କଲେ କେବଳ ସମୟ ପରେ ସମୟ ଦେଉଥିବା ଭଳି ଅଭିଯୋଗ ହୋଇଛି l ଫିରିଙ୍ଗିଆ ବ୍ଲକ ରେ ଆମ୍ବୁଲାନ୍ସ ସେବା ପାଇଁ ବାରମ୍ବାର ଦାବୀ ପରେ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ମିଳିବା ପରେ ମଧ୍ୟ ସମସ୍ୟା ସମାଧାନ ପରିବର୍ତ୍ତେ ସମସ୍ୟା ବଢ଼ିବାରେ ଲାଗିଛି l କନ୍ଧମାଳ ଜିଲ୍ଲା ରେ ଫିରିଙ୍ଗିଆ ବ୍ଲକ ଦ୍ୱତୀୟ ବୃହତମ ବ୍ଲକ ହୋଇଥିବା ବେଳେ ୨୪ ଟି ପଞ୍ଚାୟତ ରହିଛି ଏହି ବ୍ଲକ ରେ ୧୦୮ ଆମ୍ବୁଲାନ୍ସ ସେବା ନାମକୁ ମାତ୍ର ଚାଲିଛି l ଅଧିକାଂଶ ରୋଗୀ ନିଜ ଖର୍ଚ୍ଚରେ ଆମ୍ବୁଲାନ୍ସ ଭଡା କରି କିମ୍ବା ଅଟୋ ହେଉ କି ନିଜ ଗାଡ଼ିରେ ରୋଗୀଙ୍କୁ ଜିଲ୍ଲା ଚିକିତ୍ସାଳୟ ନେଉଥିବାରୁ ଅଞ୍ଚଳ ରେ ୧୦୮ ଆମ୍ବୁଲାନ୍ସ କୁ ନେଇଁ ଅସନ୍ତୋଷ ଦେଖାଦେଇଥିବା ବେଳେ ଅଞ୍ଚଳ ରେ ୧୦୮ ଆମ୍ବୁଲାନ୍ସ ପାଇଁ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା କିଛି ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ କହିଛନ୍ତି l ଏହି ବ୍ଲକ ରେ ଦୀର୍ଘ ଦିନରୁ ଏହି ସମସ୍ୟା ଲାଗିରହିଥିବା ବେଳେ ଗତ ୩ ଦିନ ଭିତରେ ଦୁର୍ଘଟଣା ରେ ଗୁରୁତର ହୋଇ ପଡ଼ିଥିବା ରୋଗଙ୍କୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ କଲ ସେଣ୍ଟର ସମୟ ପରେ ସମୟ ଗଡ଼ାଇବାରୁ ଦୀର୍ଘ ୩ ଘଣ୍ଟା ପରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଗାଡିକୁ ଡାକି ଫିରିଙ୍ଗିଆ ମେଡିକାଲ ଓ ପରେ ଫୁଲବାଣୀ ଭଡା ଗାଡ଼ିରେ ନେଇଁ ଥିବା ଜଣା ପଡିଛି l ସେହି ଭଳି ଆଜି ରବିବାର ସକାଳୁ ଏକ ସାପ କାମୁଡା ଗୁରୁତର ରୋଗୀକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାରୁ ସମୟ ପରେ ସମୟ ଗଡ଼ାଇ ଫିରିଙ୍ଗିଆ ରେ ଆମ୍ବୁଲାନ୍ସ ଥିବା ସତ୍ୱେ ନ ଦେଇ ଅନ୍ୟ ଏକ ଜାଗାରୁ ଗାଡି ଆସିବା କୁ କହିଥିଲେ ଓ ଦୀର୍ଘ ୨ ଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ରେ ଭଡା ରେ ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟକୁ ଗୁରତର ସାପ କାମୁଡା ରୋଗୀକୁ ନିଆଯିବା ପରେ ଚିକିତ୍ସା କରାଯାଇଛି l ଏହା କେବଳ ୨ ଦିନିଆ ସମସ୍ୟା ନୁହେଁ ବର୍ଷ ବର୍ଷ ଧରି କେବଳ ସମୟ ପରେ ସମୟରେ ଚାଲିଛି ଫିରିଙ୍ଗିଆ ୧୦୮ ଆମ୍ବୁଲାନ୍ସ ସେବା ବହୁଥର ଏକାଧିକ ରୋଗୀ ଆମ୍ବୁଲାନ୍ସ ନ ମିଳିବାରୁ ମୃତ୍ୟୁ ମୁଖରେ ପଡ଼ିଥିବା ଦେଖିବାକୁ ମିଳିଛି l ଫିରିଙ୍ଗିଆ ମେଡିକାଲ ରେ ସେଭଳି କୌଣସି ଅଧିକ ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବା ବେଳେ ଡାକ୍ତର ଙ୍କ ସମସ୍ୟା ଠାରୁ ବଳି ପଡିଛି ଆମ୍ବୁଲାନ୍ସ ସମସ୍ୟା ତେଣୁ ଆମ୍ବୁଲାନ୍ସ ସମସ୍ୟା କୁ ନେଇଁ ଫିରିଙ୍ଗିଆ ଅଞ୍ଚଳ ରେ ଏକ ଆନ୍ଦୋଳନ ଉଗ୍ର ରୂପ ନେବ ତାହା କହି ହେବ ନାହିଁ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User