ବିବାଦୀୟ ହେଉଛି ଭବାନୀପାଟଣା KSET କଲେଜ। ଛାତ୍ରଛାତ୍ରୀ ଙ୍କ ନାଁରେ ଜାଲିଆତି, କୋଟି କୋଟି ର ହେରଫେର।

Jun 19, 2025 - 18:44
Updated: 1 year ago
0 59
ବିବାଦୀୟ ହେଉଛି ଭବାନୀପାଟଣା KSET କଲେଜ। ଛାତ୍ରଛାତ୍ରୀ ଙ୍କ ନାଁରେ ଜାଲିଆତି, କୋଟି କୋଟି ର ହେରଫେର।

କଳାହାଣ୍ଡି ଜିଲ୍ଲା ତା: ୧୯/୦୬ (ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣା ସ୍ଥିତ KSET କଲେଜ,ଦିନ କୁ ଦିନ ବିବାଦ ରେ ଛନ୍ଦି ହେବାରେ ଲାଗିଛି। KSET କଲେଜ ୨୦୧୭ ମସିହା ଇଂଜିନିୟରିଂ ଡିପ୍ଳୋମା ବେଚ୍ ର ଛାତ୍ରଛାତ୍ରୀ ମାନଙ୍କଠାରୁ ସ୍କୋଲାରସିପ ମାଧ୍ୟମରେ ମାଗଣା ପାଠପଢାଇବା ର ପ୍ରତିଶୃତି ଦେଇଥିଲା। ହେଲେ ଛାତ୍ରଛାତ୍ରୀ ଙ୍କ ଅଜାଣତରେ ଭବାନୀପାଟଣା ସ୍ଥିତ କାନାରା ବ୍ୟାଙ୍କ ରେ ଛାତ୍ର ଉଚ୍ଚ ଶିକ୍ଷା ପାଇଁ ଋଣ ଜାଲିଆତି କରିଛନ୍ତି ।ଯାହା ଛାତ୍ରଛାତ୍ରୀ ମାନେ ସାର୍ଟିଫିକେଟ ନେବା ସମୟରେ ଋଣ ସୁଝିବାକୁ କଲେଜ୍ କର୍ତ୍ତୃପକ୍ଷ କହୁଥିଲେ। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ ଥାନା ର ଦ୍ୱାରସ୍ଥ ହେବାରୁ କିଛି ଛାତ୍ର ଙ୍କ ଋଣ ସେଟେଲମେଣ୍ଟ କରାଯାଇଛି,ଏବେ ମଧ୍ୟ ଜଣେ ଜଣେ ଛାତ୍ର ଙ୍କ ନାଁରେ ୧ଲକ୍ଷରୁ ଅଧିକ ଋଣଭାର ରହିଛି, ନୋଟିସ ମଧ୍ୟ ଆସୁଛି।ସେତିକି ରେ କଥା ସରିନାହିଁ,ନର୍ସ ଛାତ୍ରୀ ମାନଙ୍କ ମଧ୍ୟ ଫି ଜମା କରିଥିଲେ ସୁଦ୍ଧା ଜମା କରିନଥିବା ଦର୍ଶାଇ ସାର୍ଟିଫିକେଟ ଦେଉନଥିଲେ, ଛାତ୍ରୀ ମାନେ ମଧ୍ୟ କିଛିଦିନ ତଲେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିଭଳି କୋଟି କୋଟି ଟଙ୍କାର ହେରଫେର କରିଥିବା KSET କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଲୁଛି।ଯଦି ଜଣେ ଛାତ୍ରଙ୍କ ଋଣଭାର ଥିବ। ମାନସିକ ଚାପ , ସିଭିଲ ଖରାପ ,କେରେକ୍ଟର ଖରାପ ହେଉଛି। ଜାଣିଶୁଣି କଲେଜ କର୍ତୁପକ୍ଷ ଘଟଣା କୁ ଗୁରୁତ୍ବ ସହ ନେଉନାହାନ୍ତି। କଲେଜ ଛାତ୍ରଛାତ୍ରୀଙ୍କ ନାଁରେ ଜାଲିଆତି ଆଉ କୋଟି କୋଟି ଟଙ୍କା ସ୍କୁଲାରସିପ ଦୁର୍ନୀତି ର କଳାହାଣ୍ଡି ଭିଜିଲାନ୍ସ ଙ୍କ ପାଖରେ ଅଭିଯୋଗ ହୋଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟ

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User